ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଗକୁ ଦୁର୍ଗାପୂଜା। ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ଏବଂ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ବର ଦୁର୍ଗା ପୂଜା ଭସାଣିରେ ଡିଜେ ବାଜିବ ନାହିଁ ବୋଲି ସ୍ଥିର କରାଯାଇଛି। ଏପରିକି ଭସାଣିରେ ଲେଜର ଲାଇଟ ଏବଂ ବାଣ ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି। କେବଳ ପାରମ୍ପରିକ ବାଜାରେ ମା’ଙ୍କ ଭସାଣି ଶୋଭାଯାତ୍ରା ହେବ ବୋଲି ବୈଠକରେ କୁହାଯାଇଛି।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..