Report Card Odisha

| Daily Odia News

ଶିକ୍ଷକମାନଙ୍କୁ ପାସ୍ କରିବାକୁ ପଡିବ ଟିଇଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ୨ ବର୍ଷରେ ସେମାନଙ୍କୁ TET ପାସ୍‌ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯେଉଁ ଶିକ୍ଷକଙ୍କ ଅବସର ଆଉ ୫ ବର୍ଷରୁ କମ୍‌ ଅଛି ସେମାନଙ୍କ ପାଇଁ ଏହା ଦରକାର ପଡିବନାହିଁ । କିନ୍ତୁ ଅବସର ୫ ବର୍ଷରୁ ଊର୍ଦ୍ଧ୍ବ ଥିଲେ ଟିଇଟି ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ହେବ । ଟିଇଟି ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ବାଧ୍ୟତାମୂଳକ ଅବସର ଦିଆଯିବ ।

Breaking News