Report Card Odisha

| Daily Odia News

ସୁଦାନରେ ଭୂସ୍ଖଳନ:ହଜାରେ ମୃତ,ଜଣେ ଜୀବିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁଦାନର ପଶ୍ଚିମ କ୍ଷେତ୍ର ଅନ୍ତର୍ଗତ ଦାରଫୁରରେ ଭୂସ୍ଖଳନ କାରଣରୁ ପ୍ରାୟ ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଦେଶକୁ ନିୟନ୍ତ୍ରଣ କରୁଥିବା ବିଦ୍ରୋହୀ ଗୋଷ୍ଠୀ – ସୁଦାନ ଲିବରେସନ ମୁଭମେଣ୍ଟ-ଆର୍ମି ସୋମବାର କହିଛି ଯେ କିଛି ଦିନର ପ୍ରବଳ ବର୍ଷା ପରେ ରବିବାର ତାରାସିନ ଗାଁରେ ଭୂସ୍ଖଳନ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଗାଁ କେନ୍ଦ୍ରୀୟ ଦାରଫୁରର ମାରାହ ପର୍ବତମାଳାର ମଧ୍ୟଭାଗରେ ଅଛି। ସୁଦାନ ଲିବରେସନ ମୁଭମେଣ୍ଟ-ଆର୍ମି ପକ୍ଷରୁ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ, ତାରାସିନ ଗାଁରେ ରହୁଥିବା ପ୍ରାୟ ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ଜଣେ ବ୍ୟକ୍ତି ବଞ୍ଚିଛନ୍ତି। ସେନା କହିଛି ଯେ ପଶ୍ଚିମ ସୁଦାନର ମାରାହ ପର୍ବତମୟ ଅଞ୍ଚଳରେ ଭୂସ୍ଖଳନରେ ଏକ ଗାଁ ନଷ୍ଟ ହୋଇଯାଇଛି ଏବଂ ଅତି କମରେ ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣ ୩୧ ଅଗଷ୍ଟ ରାତିରେ ଘଟିଥିଲା। ଦୁଇ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ଯୋଗୁଁ ସୁଦାନର ଅଧାରୁ ଅଧିକ ଜନସଂଖ୍ୟା ଅନାହାର ସଙ୍କଟର ସମ୍ମୁଖୀନ ହେଉଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି। ଏଠାକାର ଲୋକମାନେ ପୁରୁଷ, ମହିଳା ଏବଂ ଶିଶୁ ସମେତ ପୀଡିତଙ୍କ ମୃତଦେହ ଉଦ୍ଧାର କରିବାରେ ସାହାଯ୍ୟ କରିବା ପାଇଁ ଜାତିସଂଘ ଏବଂ ଅନ୍ତର୍ଜାତୀୟ ସହାୟତା ସଂସ୍ଥାଗୁଡ଼ିକୁ ନିବେଦନ କରିଛନ୍ତି। ଏହା ସହିତ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ପ୍ରବଳ ବର୍ଷା ପରେ ଏହି ଅଘଟଣ ଘଟିଛି ଏବଂ ଗାଁଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

Breaking News