ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ରୂପବାନ୍ ହେବେ। ରାଜବଂଶ ପୂଜିତ ହୋଇପାରନ୍ତି। ବିଦ୍ବାନ୍ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସଫଳ ଭବିଷ୍ୟବକ୍ତା ହୋଇପାରନ୍ତି। କର୍ମପରାୟଣ ହେବେ।
ବୃଷ: ଆଳସ୍ୟ ପରାୟଣ ହେବେ। ମିତବ୍ୟୟୀ ହୋଇପାରନ୍ତି। ଉଦାର ସ୍ବଭାବ ଓ ଲୋଭୀ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖୀ ଓ କର୍ମଠ ହେବେ।
ମିଥୁନ : ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୁଯୋଗ ଅଛି। ପରାକ୍ରମୀ ହେବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ପଶୁ ବ୍ୟବସାୟରୁ ଲାଭବାନ୍ ହେବେ।
କର୍କଟ: ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ଯାନବାହନ ସୁଖ ମିଳିବ। ପୁତ୍ର ଲାଭ ହେବ। ଉତ୍ତମା ରମଣୀଯୁକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ। ସତ୍କର୍ମୀ ଓ ସର୍ବପ୍ରିୟ ହୋଇପାରନ୍ତି।
ସିଂହ : ଜଣେ ଉତ୍ତମ ପରାମର୍ଶଦାତା ହେବେ। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହେବେ। ଦେବ ଦ୍ବିଜ ପରାୟଣ ହୋଇପାରନ୍ତି। ହୃଦୟବାନ୍ ହେବେ। ଭାଗ୍ୟଶାଳୀ ଓ ପୁତ୍ରବାନ୍ ହେବେ।
କନ୍ୟା: ଆଳସ୍ୟ ପରାୟଣ ହୋଇପାରନ୍ତି। ସ୍ବାସ୍ଥ୍ୟହାନିର ସୂଚନା ମିଳୁଛି। ଚଞ୍ଚଳ ସ୍ବଭାବସମ୍ପନ୍ନ ହେବେ। ଧନଲାଭରୁ ବଞ୍ଚିତ ହୋଇପାରନ୍ତି। ଆୟୁଷ୍ମାନ୍ ହେବେ। ଜ୍ୟୋତିଷ ବିଦ୍ୟାରେ ପାରଙ୍ଗମ ହେବେ।
ତୁଳା : ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣାଦାତା ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ। ରୂପବାନ୍ ହେବେ। ଧୈର୍ଯ୍ୟବାନ୍ ଓ ସ୍ତ୍ରୀ ପ୍ରେମୀ ହେବେ।
ବିଛା : ଶତ୍ରୁ ନାଶ କରି ଆଶ୍ବସ୍ତ ହେବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଉଦାର ସ୍ବଭାବସମ୍ପନ୍ନ ହେବେ। ଜଣେ ବିବେକୀ ଓ ପ୍ରତାପୀ ବ୍ୟକ୍ତି ହୋଇପାରନ୍ତି।
ଧନୁ: ଉତ୍ତମ ମିତ୍ର ଓ ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦିରେ ପଟୁ ହୋଇପାରନ୍ତି। ଧନବାନ୍ ହେବେ। ଯାନବାହନଯୁକ୍ତ ହେବେ। ଉତ୍ତମ ବଚନାଦିରେ ପଟୁ ହେବେ। ଲୋକପ୍ରିୟ ହେବେ। ଆଧ୍ୟାତ୍ମବାଦୀ ହେବେ।
ମକର: ସମ୍ମାନିତ ହେବେ। ଧନବାନ୍ ହୋଇପାରନ୍ତି। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। ଉଦ୍ୟୋଗୀ ହେବେ। ପିତାମାତାଙ୍କ ଆଜ୍ଞାପାଳନକାରୀ ହେବେ। ଲାଭବାନ୍ ହେବେ।
କୁମ୍ଭ : ରାଜ୍ୟ ପୂଜ୍ୟ ହୋଇପାରନ୍ତି। ଆସ୍ତିକ ହେବେ। ପରୋପକାରୀ ହୋଇପାରନ୍ତି। ନିଜ ଧନକୁ କେବେ ଅନୁଚିତ କାର୍ଯ୍ୟରେ ବ୍ୟୟ କରିବେ ନାହିଁ। ଭ୍ରମଣ ପ୍ରିୟ ହେବେ। ଅନ୍ୟ ରାଜ୍ୟରେ ପୂଜିତ ହେବେ।
ମୀନ : ହର୍ଷମୁଖ ହେବେ। ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ବହୁ ମୁକ୍ତାର ଅଧିକାରୀ ହୋଇପାରନ୍ତି। ମାତ୍ର ବୃଦ୍ଧ ବ୍ୟକ୍ତି ଧନହୀନ ହେବେ। ସ୍ବାଭିମାନୀ ହେବେ। କର୍ମପରାୟଣ ହୋଇପାରନ୍ତି।
More Stories
ପୈତୃକ ସମ୍ପତ୍ତି ଭୋଗ କରିବେ……
ଉଦ୍ୟୋଗୀ ହେବେ…..
ବନ୍ଧୁ ସୁଖ ମିଳିବ…..