Report Card Odisha

| Daily Odia News

GST ସ୍ଲାବ୍‌କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍‌ମିଟ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ବର

GST ସ୍ଲାବ୍‌କୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିଲ୍ଲୀରେ ପ୍ରେସ୍‌ମିଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି। କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି।ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଏହା ଦ୍ୱାରା ବେଶ୍‌ ଉପକୃତ ହେବେ, କେନ୍ଦୁପତ୍ର ବିକ୍ରି ବି ବଢ଼ିବ। କୃଷି ଉପକରଣରେ GST ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ। କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। GSTରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ। GST ଛାଡ଼ ଯୋଗୁ ଅଧିକ ଲୋକ ସ୍ବାସ୍ଥ୍ୟବୀମା କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ପ୍ରେସ୍‌ମିଟ୍‌ରେ କହିଛନ୍ତି।

Breaking News