Report Card Odisha

| Daily Odia News

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୋମବାର ପୁଣି ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ହେଉଛି। ସେଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ। ମନମୋହନ ସାମଲ ଦିଲ୍ଲୀରେ ଥିବାରୁ ରାଜ୍ୟ ସଂଗଠନ ନେଇ କିଛି ବି ହୋଇପାରେ। କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମୋହନ-ମନମୋହନ ମିଳିତ ଭାବେ ଆଲୋଚନା କରିପାରନ୍ତି। କମିଟି, ବୋର୍ଡ ନିଗମ ନିଯୁକ୍ତି, ମନ୍ତ୍ରିମଣ୍ଡଳ ନେଇ ବଡ଼ଧରଣର ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି।

Breaking News