ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସି.ପି.ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି.ସୁଦର୍ଶନ ରେଡ୍ଡୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିପାଇଁ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନେଇ ଇଲେକ୍ଟୋରାଲ କଲେଜ ଗଠିତ ହୋଇସାରିଛି। ଏହି ଇଲେକ୍ଟୋରାଲ କଲେଜରେ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୩୯ ସାଂସଦଙ୍କୁ (ମୋଟ ୭୮୧) ସାମିଲ କରାଯାଇଛି। ତେବେ ବିଜେଡି (ବିଜୁ ଜନତା ଦଳ) ଓ ବିଆରଏସ (ଭାରତ ରାଷ୍ଟ୍ର ସମିତି) ଏହି ନିର୍ବାଚନରୁ ବିରତ ରହିବେ ବୋଲି ଘୋଷଣା କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଇଲେକ୍ଟୋରାଲ କଲେଜରେ ସାଂସଦଙ୍କ ସଂଖ୍ୟା ୭୭୦କୁ ହ୍ରାସ ପାଇଛି। ତେଣୁ ବିଜୟୀ ପ୍ରାର୍ଥୀଙ୍କୁ ଅତିକମରେ ୩୮୬ଟି ଭୋଟ ହାତେଇବା ଜରୁରୀ ହୋଇପଡିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..