Report Card Odisha

| Daily Odia News

ସୋସିଆଲ ମିଡ଼ିଆ ଉପରୁ ହଟିଲା ପ୍ରତିବନ୍ଧକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନେପାଳରେ ସୋସିଆଲ ମିଡିଆ ବ୍ୟାନ୍‍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର । ସୋମବାର ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ଏହି ପ୍ରତିବନ୍ଧକ ହଟାଇଛନ୍ତି । ଗତକାଲି ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୁଲିସ-ଜନତା, ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଦେଶବ୍ୟାପୀ ଜେନ-ଜିଙ୍କ ଆନ୍ଦୋଳନ ପରେ ଇସ୍ତଫା ଦେଇଛନ୍ତି ଗୃହମନ୍ତ୍ରୀ ରମେଶ ଲେଖକ । ଏହି ବିକ୍ଷୋଭରେ ୨୦ଜଣଙ୍କ ପ୍ରାଣ ଯାଇଥିବାରୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଥିବା କହିଛନ୍ତି । ବିକ୍ଷୋଭକୁ ଦମନ କରିବାକୁ ପୁଲିକୁ ଗୁଳିମାଡ ନିର୍ଦେଶ ଦେଇଥିଲେ ଲେଖକ । ସେପଟେ ନେପାଳ ରାଜଧାନୀ କାଠମାଣ୍ଡୁର ବହୁ ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏପରି କରିବାକୁ ସେନାକୁ ନିୟୋଜିତ କରିଛନ୍ତି ନେପାଳ ସରକାର ।ସେପ୍ଟେମ୍ବର ୪ ତାରିଖରେ ନେପାଳରେ ସୋସିଆଲ ମିଡ଼ିଆ ଆକାଉଣ୍ଟ ୟୁଟ୍ୟୁବ, ଫେସବୁକ୍‍, ଏକ୍ସ ଭଳି ୨୬ଟି ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର ।

Breaking News