ରିପୋର୍ଟ କାର୍ଡ / ନୂଆପଡା
ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଖରିଆର ରୋଡଠାରେ ଏକ ଭଡ଼ାଘର ନେଇ ରହୁଥିବା ଜଣେ ପୂର୍ବତନ ବିଧାୟକଙ୍କ ଭଡ଼ା ଘରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ବିଜେଡି ନେତା ଓ କର୍ମୀମାନେ ଜୋରଦାର ବିରୋଧ କରି ସମ୍ପୃକ୍ତ ଅଧିକାରୀଙ୍କ କାରକୁ ଘେରାଉ କରିଥିଲେ। କାହା ନିର୍ଦ୍ଦେଶରେ ସେ ଭଡ଼ାଘରେ ପଶିଲେ ବୋଲି ବିଜେଡି କର୍ମୀ ଓ ନେତାମାନେ ପ୍ରଶ୍ନ କରିଥିଲେ। ଉକ୍ତ ଘରେ ଟଙ୍କା ଥିବା ସୂଚନା ପାଇ ନିର୍ବାଚନୀ ଅଧିକାରୀ ଜଣକ ସେହି ଘରେ ପଶିଥିଲେ ବୋଲି ପ୍ରଶ୍ନ କରିବା ସହ ସରକାରୀ ଦଳର ତାପରେ ଅଧିକାରୀ ବିଜେଡିକୁ ଏଭଳି ହଇରାଣ କରୁଥିବା ଅଭିଯୋଗ କରିଥିଲେ। ସେଠାରେ ବେଶ କିଛି ସମୟ ଧରି ବିଜେଡି କର୍ମୀ ଓ ପୋଲିସ ଭିତରେ ମୁହାଁମୁହିଁ ହୋଇଥିଲେ।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……