ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅବସରପ୍ରାପ୍ତ ପ୍ରଶାସକ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ବିରୋଧରେ ରୁଜୁ ହୋଇଛି ଜନସ୍ଵାର୍ଥ ମାମଲା। ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତି ଜଣେ ସାମ୍ବାଦିକ ସୁବ୍ରତ ତ୍ରିପାଠୀ। ପ୍ରଦୀପ ଭୁବନେଶ୍ଵର କ୍ଲବର ସଭାପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ବିଦ୍ୟୁତ ସଂସ୍କାର ଆଇନ ଏବଂ ବିଦ୍ୟୁତ ଆଇନ ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ବିରୋଧରେ ସୁବ୍ରତ ଦାୟର କରିଛନ୍ତି। ଓଇଆରସି ଅଧ୍ୟକ୍ଷ ଥାଇ ସେ କିପରି ସଭାପତି ପଦ ଗ୍ରହଣ କଲେ ତାହାକୁ ସୁବ୍ରତ ଚ୍ୟାଲେଞ୍ଜ କରିଛନ୍ତି। ତେବେ ଏ ସମ୍ପର୍କରେ ପ୍ରଦୀପଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……