ରିପୋର୍ଟ କାର୍ଡ / କୋଣାର୍କ
ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପର୍ଯ୍ୟଟକ ମାନଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ହୋଇଥିବା କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଆତଙ୍କବାଦୀ ବିସ୍ଫୋରଣ ଘଟଣାକୁ ଆଖି ଆଗରେ ରଖି ସୂର୍ଯ୍ୟ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ପୁରୀ ଏସ୍ପି ସୂର୍ଯ୍ୟମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ଟିକିନିଖି ବୁଲିଦେଖି ତଦାରଖ କରିଥିଲେ । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ସୁରକ୍ଷା ଦାୟିତ୍ୱ ରେ କିଛି ଘରୋଇ ସୁରକ୍ଷା କର୍ମୀମାନଙ୍କୁ ଏଏସ ଆଇ ପକ୍ଷରୁ ନିୟୋଜିତ କରାଯାଇଛି। ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କଡାକଡି କରିବା ପାଇଁ ପୁରୀ ଏସପି ପ୍ରତୀକ ସିଂହ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ସ୍ଥିତି ନିର୍ଣ୍ଣୟ କରିଥିଲେ।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……