ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟରେ ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୭ ଜନଗଣନା ପରେ ରାଜ୍ୟରେ ତହସିଲ ସଂଖ୍ୟା ବଢ଼ିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରଥମ ପର୍ଯ୍ୟାୟରେ ବଡ଼ ତହସିଲକୁ ବିଭାଜନ କରାଯାଇ ଛୋଟ ତହସିଲ କରାଯିବ। ପ୍ରଥମ ପର୍ଯାୟରେ ଦୁଇଟି ପଞ୍ଚାୟତ ପାଇଁ ଗୋଟିଏ ଆର୍ଆଇ ସର୍କଲ କରାଯିବ। ପରେ ସବୁ ପଞ୍ଚାୟତରେ ଆର୍ଆଇ ସର୍କଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..