ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର ଓଏସ୍ଡି କାବେରୀ ମୁଦୁଲିଙ୍କୁ ଯାଜପୁର ଜିଲା ବିଞ୍ଝାରପୁର ତହସିଲଦାର ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡ଼ା ଡିଏସ୍ଆର ସମୀର ବେହେରାଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଛି। ସେହିପରି ବିଦ୍ୟାରଶ୍ମୀ ସାହୁଙ୍କୁ କେନ୍ଦ୍ରାପଡ଼ା ଡିଏସ୍ଆର୍ ଭାବେ ବଦଳି କରାଯାଇଥିବାବେଳେ ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ଅନ୍ୟ ୧୯ ଜଣ ଅଧିକାରୀଙ୍କୁ ତହସିଲଦାର, ଡେପୁଟି କଲେକ୍ଟର ଭାବେ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।






More Stories
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..