ରିପୋର୍ଟ କାର୍ଡ / କଟକ
କଟକ ଶଙ୍କରପୁରରେ ଦେଢ଼ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଉଛି ଅଶୋକ କୁମାର ବେହେରା(୪୮) । ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ଶଙ୍କରପୁର ବାଲିସାହି ଅଞ୍ଚଳର ଜଣେ ଶିଶୁକନ୍ୟା ମଙ୍ଗଳବାର ରାତିରେ ହଠାତ ଅସୁସ୍ଥ ହୋଇପଡିଲେ । ପରିବାର ଲୋକେ ତାକୁ ନେଇ ଡାକ୍ତରଖାନା ଯିବା ପରେ ଝିଅ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଲା । ଘଟଣା ସମ୍ପର୍କରେ ପରିବାର ଲୋକେ ତୁରନ୍ତ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତରୁ ଅଭିଯୁକ୍ତ ଅଶୋକକୁ ଚିହ୍ନଟ କରିଥିଲା । ସନ୍ଧ୍ୟା ସମୟରେ ଶିଶୁକନ୍ୟା ଘର ସମ୍ମୁଖରେ ଖେଳୁଥିଲା । ଏକୁଟିଆ ଦେଖି ଅଶୋକ ଚକୋଲେଟ ଦେବା ବାହାନାରେ କୁନି ଝିଅକୁ ଡାକିନେଇ ତା’ ସହିତ ପାଶବିକ କାଣ୍ଡ ଭିଆଇଥିବା ଜଣାପଡିଲା । ବୁଧବାର ଅଭିଯୁକ୍ତ ଅଶୋକ ଧରାପଡିବା ପରେ ସେ ମଧ୍ୟ ସବୁକଥା ସ୍ୱୀକାର କରିଛି । ଘଟଣା ନେଇ ପୋଲିସ ପକ୍ସୋ ଆକ୍ଟରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଶୋକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି |






More Stories
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା:ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା…..
ରାଜଧାନୀରେ ‘ନାଇଟ୍ ଅପରେସନ’…..
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..