ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଏହାକୁ ଦୃଷ୍ଟିରେ ରଖି ସମଭାବାପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ଜରୁରୀ ହୋଇପଡ଼ିଛି ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ କହିଛନ୍ତି । ଏହି ଅବସରରେ ହୋଇଥିବା ପ୍ରତିନିଧିସ୍ତରୀୟ ବୈଠକରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଛି। ଭାରତୀୟ ସେନା ଏବଂ ଆମେରିକା ସୈନ୍ୟ ବାହିନୀର ହିନ୍ଦ୍-ପ୍ରଶାନ୍ତ କମାଣ୍ଡ୍, ମଧ୍ୟ କମାଣ୍ଡ ଏବଂ ଆଫ୍ରିକା କମାଣ୍ଡ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ଆମେରିକା ମଧ୍ୟରେ ସହଯୋଗ ବଢ଼ିବା ନେଇ ସଫଳ ଭାବେ ସହମତି ପ୍ରକାଶ ପାଇଥିବା ରାଜନାଥ ସିଂ ସୂଚନା ଦେଇଛନ୍ତି। ସେହିପରି ଲୋୟଡ ଜେମ୍ସ୍ କହିଛନ୍ତି ଯେ, ଦୁଇଦେଶ କ୍ଷେତ୍ରୀୟ ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଲୋୟଡ ଜେମ୍ସ୍ ଜାପାନ ଏବଂ ଦକ୍ଷିଣ କୋରିଆ ଗସ୍ତ ପରେ ଭାରତ ଆସିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସରକାର ଗଠନ ପରେ ଲୋୟଡ ଭାରତ ଆସିଛନ୍ତି। ତାଙ୍କ ଗସ୍ତ ବେଶ୍ ଗୁରୁତ୍ୱବହନ କରୁଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..