Report Card Odisha

| Daily Odia News

ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..

ରିପୋର୍ଟକାର୍ଡ / ଭୁବନେଶ୍ୱର

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କାଉଣ୍ଟର କରିଛନ୍ତି। ନବୀନ ବଜେଟ୍‌ ୨୦୨୬କୁ ନିନ୍ଦା କରିବା ପରେ ସୋମବାର ଉପମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ବଡ଼ ପ୍ରଶ୍ନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ଜଳ ବିବାଦ ପାଇଁ ବିଜେଡି ସରକାର ଦାୟୀ। ଏବେ ସିନା ବିରୋଧି ଦଳ । ପୂର୍ବରୁ ତ ଶାସକ ଦଳ ରହିଥିଲା ବିଜେଡି। ୨୪ ବର୍ଷର ସରକାର ଥିବା ସମୟରେ ୧୮ ବର୍ଷ ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଖୋଦ ଥିଲେ ନବୀନ ପଟ୍ଟନାୟକ । ହେଲେ ଏହାର ନିଷ୍କର୍ଷ କ’ଣ? କେବଳ ବିବାଦ। କେବଳ ସେତିକି ନୁହେଁ ବଂଶଧାରା ଓ ନାଗାଲୀ ନଦୀର ମଧ୍ୟ ସମାନ ଅବସ୍ଥା । ନବୀନ ପଟ୍ଟନାୟକ ଏହି ସଂକ୍ରାନ୍ତରେ ପ୍ରଥମେ ସ୍ପଷ୍ଟୀକରଣ ରଖନ୍ତୁ। ଅନ୍ୟପଟେ ରାଜ୍ୟରେ ଜଳ ସମ୍ପଦର ବିକାଶ ନେଇ କେନ୍ଦ୍ର ସରକାର ବଜେଟ୍‌ରେ ନେଇଥିବା ଉଲ୍ଲେଖନୀୟ ପଦକ୍ଷେପ ସ୍ବାଗତଯୋଗ୍ୟ ଉପମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି।କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଥିଲେ, ବଜେଟ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳିନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ, ଡବଲ ଇଞ୍ଜିନ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ ଉପରେ ଧ୍ୟାନ ଦେବେ। ହେଲେ ବଜେଟ୍‌ରେ ରାଜ୍ୟକୁ ବହୁତ କମ୍‌ ମିଳିଛି। ମୁଁ ଓଡ଼ିଶାରେ ରେୟାର ୟାର୍ଥ କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ବାଗତ କରୁଛି। ଓଡ଼ିଶା ଅନେକ ପ୍ରମୁଖ ଖଣିଜ ପଦାର୍ଥର ଅଗ୍ରଣୀ ଉତ୍ପାଦକ ଏବଂ ଏହାର ସମୃଦ୍ଧ ସମ୍ପଦ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସର୍ବଦା ଯୋଗଦାନ ଦେବ।

Breaking News