ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ ପରୀକ୍ଷା । ତେବେ ଏହା ପୂର୍ବରୁ ନିୟମକୁ କଡ଼ାକଡ଼ି କଲା ସିବିଏସସି । ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSE ନିର୍ଦ୍ଦେଶ ଦେଇଛି । ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ, ତେଣୁ ୧୦ଟା ସୁଦ୍ଧା ପହଞ୍ଚିବା ଜରୁରୀ । ଦୂରତା କିମ୍ବା ଅନ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ଆଗୁଆ ବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍କୁଲ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କରିଛି CBSE । ତେବେ ମଙ୍ଗଳବାର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସବୁ ସେଣ୍ଟରରେ କଡାକଡି ଚେକିଂ ହେବା ନେଇ ସୂଚନା ରହିଛି ।






More Stories
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..
ରତ୍ନଭଣ୍ଡାର ଗଣତି ବୈଠକ…..