ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପ୍ରାୟ ସହରରେ ଏବେଠୁ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି। ଯଦିଓ ତାପମାତ୍ରା ସେଭଳି ବୃଦ୍ଧି ପାଇନାହିଁ କିନ୍ତୁ ଆଗକୁ ଏହା ବୃଦ୍ଧି ହେବା ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଗ୍ରୀଷ୍ମ ମୁକାବିିଲା ନିମନ୍ତେ ଆଗୁଆ ଜିଲ୍ଲା ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଥିବାବେଳେ ଖୁବଶୀଘ୍ର ବୈଠକ କରାଯାଇ ସବୁ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ନିର୍ଦେଶନାମା ଜାରି କରାଯିବ ବୋଲି ଜଣାପଡ଼ିଛି। ଝାରସୁଗୁଡାରେ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହିତ କେବଳ ଦାରିଙ୍ଗବାଡ଼ି ଏବଂ ନୟାଗଡ଼କୁ ବାଦ ଦେଲେ ଅନ୍ୟ ୩୫ରୁ ଅଧିକ ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି। ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ଗ୍ରହଣ କରିଛି। ବିଶେଷ କରି ଗ୍ରୀଷ୍ମପ୍ରବାହ ସମୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। ତାପମାତ୍ରା ସେଭଳି ବୃଦ୍ଧି ହୋଇନଥିବାରୁ ଆଗାମୀ ଦିନରେ ବିସ୍ତୃତଭାବେ ନିର୍ଦେଶନାମା ଜାରି କରାଯାଇ ଗ୍ରୀଷ୍ମ ମୁକାବିଲା ପଦେକ୍ଷପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ଅଛି ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏନେଇ ବିଭାଗ ଆବଶ୍ୟକ ଭିତ୍ତିଭୂମି ଏବଂ ସମ୍ବଳ ଉପଲବ୍ଧ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେହିପରି ଅଂଶୁଘାତକୁ ଏଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯିବ। ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ସହିତ ଔଷଧ, ସାଲାଇନ, ଓଆରଏସ୍ ପାଉଡର ଆଦି ମହଜୁଦ୍ ରଖିବାକୁ କୁହାଯିବ। ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ କକ୍ଷ ସହିତ ଗ୍ରୀଷ୍ମପ୍ରବାହଜନିତ ସ୍ବାସ୍ଥ୍ୟ ପରିଚାଳନା ନିମନ୍ତେ ସ୍ବତନ୍ତ୍ରଭାବେ ନିଷ୍ପତ୍ତି ନିଆଯିବ। ଗ୍ରୀଷ୍ମ ପାଇଁ ସ୍ବତନ୍ତ୍ର ଭାବେ ନିର୍ଦେଶ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି





More Stories
ଚାଲୁନି ବିଧାନସଭା:ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି…..
ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର:ବାନ୍ଧବୀ ଫେରାର…..
ଏନ୍କାଉଣ୍ଟରରେ ୫ ମାଓବାଦୀ ନିପାତ……