ରିପୋର୍ଟ କାର୍ଡ / ଭୁବନେଶ୍ଵର
ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବୟାନକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ରହିଛି । ଏନେଇ ରାଜ୍ୟରେ ବିଭିନ୍ନ ଦଳ ଏହାକୁ ବିରୋଧ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି ।ନିଶିକାନ୍ତ ଦୁବେଙ୍କୁ ଦେଶଦ୍ରୋହ ଆଇନରେ ଗିରଫ କରିବା ନେଇ ଦାବୀ କରିଛନ୍ତି କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡାମ। ସେ କହିଛନ୍ତି, ଓଡିଶାର ସ୍ଵାଭିମାନ ହେଉଛନ୍ତି ବିଜୁ ପଟ୍ଟନାୟକ। ଓଡିଶାର ପାରାଦ୍ଵୀପ ବନ୍ଦର ଓ ହାଲ୍ ହେଉଛି ବିଜୁବାବୁଙ୍କ ଅବଦାନ ରହିଛି। ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ ।ଜଣେ ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନା। ବିଜୁବାବୁ ଭାରତର ପ୍ରତିନିଧିତ୍ଵ ଭାବେ ଆମେରିକା ଯାଇଥିଲେ। ବିଜୁବାବୁ ସିଆଇଏର ଏଜେଷ୍ଟ ନଥିଲେ,ସେ ମିଛ ଓ ମନଗଢ଼ା କଥା କହିଛନ୍ତି ଦୁବେ।୧୯୬୨ରେ ଭାରତ ଓ ଚୀନ ଯୁଦ୍ଧ ସମୟରେ ବିଜୁବାବୁଙ୍କ ଭୂମିକା ବେଶ ରହିଥିଲା। ତାଙ୍କର ଦେହାନ୍ତ ବେଳେ ସବୁ ଜାତୀୟସ୍ତରର ନେତା ସ୍ଵର୍ଗଦ୍ଵାର ଆସିଥିଲେ। କିଛି ନଜାଣି ତାଙ୍କ ବିଷୟରେ ଏଭଳି କହିଥିବାରୁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି। ନିଶିକାନ୍ତ ଦୁବେ ସାରା ଦେଶକୁ ବିନା ସର୍ତ୍ତରେ ଭୁଲ ମାଗିବା ଦରକାର। ଜାତି, ଧର୍ମ ନିର୍ବିଶେଷରେ ବିଜୁବାବୁ ଆମର ସ୍ଵାଭିମାନ କହିଲେ କଂଗ୍ରେସ ନେତା ତାରାବାହିନୀ ପତି। ସେ ଜଣେ ଶିଳ୍ପ ଦଲାଲ ବିଜୁବାବୁଙ୍କ ବିରୋଧରେ କହିବ। ଏହାକୁ ବରଦାସ୍ତ କରିବୁନି। ନୂତନ ଓଡିଶାର ନିର୍ମାତା ହେଉଛନ୍ତି ବିଜୁ ପଟ୍ଟନାୟକ। ହୀରାକୁଦ, ସୈନିକ ସ୍କୁଲ ଠାରୁ ଆରମ୍ଭ କରି ଓୟୁଏଟି ସବୁ ବିଜୁ କରିଛନ୍ତି। ଦୁବେଙ୍କ ମନ୍ତବ୍ୟକୁ ନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ବିଜୁବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ। ସରକାରଙ୍କ ସଜ୍ଞାନରୁ ଆସିଛି କହିଲେ ଆଇନମନ୍ତ୍ରୀ। ଏଭଳି ମନ୍ତବ୍ୟ ଅପରିଣାମଦର୍ଶୀ, କୌଣସି ମତେ ଗ୍ରହଣୀୟ ନୁହଁ। ନିଶିକାନ୍ତଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ବ୍ୟଥିତ କରିଛି। ଆଉ କେହି ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ନଦେବାକୁ ଅନୁରୋଧ। ଏହାକୁ ନେଇ ରାଜନୀତିକଲେ ବିଜୁଙ୍କ ସମ୍ମାନ ପ୍ରତି ଆଘାତ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..
ଲଘୁଚାପ ଘନୀଭୂତ ସମ୍ଭାବନା କମ୍….