Report Card Odisha

| Daily Odia News

ବଢିବ ଫାସ୍‌ଟାଗ୍‌ ବାର୍ଷିକ ଦେୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି ପ୍ରିପେଡ୍‌ ଟୋଲ୍‌ ଯୋଜନା ପାସ୍‌ ମୂଲ୍ୟ ୩,୦୦୦ ଟଙ୍କା ରହିଥିଲା। ଏଥିରେ ୨୦୦ ଥର ପର୍ଯ୍ୟନ୍ତ କିମ୍ୱା ସମ୍ପୂର୍ଣ୍ଣ ଗୋଟିଏ ବର୍ଷ (ଯେଉଁଟି ପ୍ରଥମେ) ଟୋଲ୍‌ ଅତିକ୍ରମ କରିବା ଅନୁମତି ରହିଛି। ଏପ୍ରିଲ ୧ରୁ ଆରମ୍ଭ ହେଉଥିବା ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ଫାସ୍‌ଟାଗ୍‌ ବାର୍ଷିକ ପାସ୍‌ ମୂଲ୍ୟରେ ୭୫ ଟଙ୍କା ବୃଦ୍ଧି କରାଯାଇ ୩,୦୭୫ ଟଙ୍କା ରଖାଯାଇଛି। ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ମୂଲ୍ୟ ଘୋଷଣା କରାଯାଇଛି। ଜାତୀୟ ରାଜପଥ ଦେୟ ( ମୂଲ୍ୟ ନିର୍ଦ୍ଧାରଣ ଓ ସଂଗ୍ରହ) ନିୟମ, ୨୦୦୮ର ବ୍ୟବସ୍ଥା ଅନୁଯାୟୀ ମୂଲ୍ୟରେ ସଂଶୋଧନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ସମ୍ପ୍ରତି ୫୬ ଲକ୍ଷରୁ ଊର୍ଦ୍ଧ୍ୱ ଫାସ୍‌ଟାଗ୍‌ ବାସ୍‌ ୟୁଜର ଅଛନ୍ତି। ଘରୋଇ ଯାନ ମାଲିକଙ୍କ ମଧ୍ୟରେ ଫାସ୍‌ଟାଗ୍‌ ପାଇଁ ଆଗ୍ରହ ବଢ଼ିଛି। ଜାତୀୟ ରାଜପଥ ଏବଂ ଜାତୀୟ ଏକ୍ସପ୍ରେସ୍‌ ଓ୍ୱେର ୧,୧୫୦ଟି ପ୍ଲାଜାରେ ବୈଧ ଫାସ୍‌ଟାଗ୍‌ ଥିବା ଯୋଗ୍ୟ ଅଣବ୍ୟବସାୟିକ ଯାନ ପାଇଁ ସଂଶୋଧିତ ଦର ଲାଗୁ ହେବ।

Breaking News