Report Card Odisha

| Daily Odia News

ନବୀନ କରିବେ ବଡ଼ ଘୋଷଣା!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୁରୁବାର ବିଜେଡିରେ ମିଶିପାରନ୍ତି ସୁଜାତା କାର୍ତ୍ତିକେୟନ। ବୁଧବାର ବରିଷ୍ଠ ନେତାଙ୍କ ସହ ନବୀନଙ୍କ ଆଲୋଚନା ପରେ ବଢ଼ିଲା ଚର୍ଚ୍ଚା। ଶଙ୍ଖ ଭବନରେ ଏନେଇ ନବୀନ ବଡ଼ ଘୋଷଣା କରିପାରନ୍ତି। ସୁଜାତା ନିଜେ ଶଙ୍ଖ ଭବନରେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିବେ ବୋଲି କୁହାଯାଉଛି। ହେଲେ ଏହାକୁ ନେଇ ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ମିଳିପାରିନାହିଁ। ଆଜି ନବୀନ ନିବାସରେ ବିଜେଡି ନେତାମାନଙ୍କ ବଡ଼ ବୈଠକ ବସିଥିଲା। ବୈଠକରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ। ସେପଟେ ସୁଜାତା ବିଜେଡିକୁ ଆସିବା ଚର୍ଚ୍ଚା ଭିତରେ ଶ୍ରୀମୟୀ ମିଶ୍ର ତେର୍ଚ୍ଛାବାଣ ମାରିଛନ୍ତି। ସେ କହିଛନ୍ତି, ତାମିଲ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡଙ୍କ ମାଷ୍ଟରପ୍ଲାନ।ଟ୍ରଷ୍ଟ କରି ଦିଲ୍ଲୀ ଘର ଦଖଲକୁ ନେଇସାରିଛନ୍ତି।ଏବେ ନଜର ନବୀନ ନିବାସ ଓ ଦଳର ପାଣ୍ଠି ଉପରେ। ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ ବୋହୂକୁ ରେଡ କାର୍ପେଟରେ ସ୍ବାଗତ ପାଇଁ ପ୍ରସ୍ତୁତି। କାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି।

Breaking News