ରିପୋର୍ଟ କାର୍ଡ / କଟକ
ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ବିଦ୍ୟାଭାରତୀ ସିଆରପିସି ଧାରା ୨୦୫ ଅନୁଯାୟୀ ଆବେଦନ କରିଥିଲେ । ମାମଲାରେ ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାରୁ ଅବ୍ୟାହତି ଦେବା ପାଇଁ ସେ ଏହି ଆବେଦନ କରିଥିଲେ। ପୂର୍ବରୁ ଏସଡିଜେଏମ କୋର୍ଟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ସାରିଛନ୍ତି । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟାଭାରତୀ |






More Stories
୫-୬ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ…..
ଦାମି କାରରେ ଦେଶୀ ମଦ ଚାଲାଣ…..
୬ ଜିଲ୍ଲାକୁ ସତର୍କ ସୂଚନା ଜାରି…..