Report Card Odisha

| Daily Odia News

ଫେବୃଆରୀ ୧୬ରୁ ସିବିଏସ୍‌ଇ ବୋର୍ଡ଼ ପରୀକ୍ଷା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୭ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ। ଏନେଇ ଶୁକ୍ରବାର ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି। ୧୦୧ ଦିନ ପୂର୍ବରୁ ସିବିଏସ୍‌ଇ ପକ୍ଷରୁ ପିଲାଙ୍କ ଲାଗି ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି। ସମସ୍ତ ବିଷୟ ପରୀକ୍ଷା ପୂର୍ବାହ୍ଣ ୧୦ଟା ୩୦ ମିନିଟ୍‌ରେ ଆରମ୍ଭ ହେବ। ପ୍ରକାଶିତ ପରୀକ୍ଷା ତାରିଖ ବିଜ୍ଞପ୍ତି ଅନୁଯାୟୀ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୮୩ଟି ବିଷୟ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ୧୨୧ଟି ବିଷୟରେ ପରୀକ୍ଷା ଦେବେ। ଦଶମ ବୋର୍ଡ ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ଦଶମ ପିଲା ପେଣ୍ଟିଂ ପରୀକ୍ଷା ଦେବେ। ଫେବୃଆରୀ ୧୭ରେ ଗଣିତ, ୧୯ରେ ଗୃହ ବିଜ୍ଞାନ, ୨୨ରେ ବିଜ୍ଞାନ, ୨୪ରେ କମ୍ପ୍ୟୁଟର ଆପ୍ଲିକେସନ, ୨୬ରେ ଇଂଲିଶ, ୨୭ ଆଞ୍ଚଳିକ ଭାଷା ଏବଂ ମାର୍ଚ୍ଚ ୮ରେ ସାଧାରଣ ବିଜ୍ଞାନ ଏବଂ ୯ରେ ବୈଦେଶିକା ଭାଷା ପରୀକ୍ଷା ରହିଛି। ସେହିପରି ଦ୍ବାଦଶ ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ପିଲା ପଦାର୍ଥ ବିଜ୍ଞାନରେ ପରୀକ୍ଷା ଦେବାକୁ ଥିବାବେଳେ ୧୯ରେ ବାଓ-ଟେକ୍ନୋଲୋଜି, ୨୩ରେ ଆକାଉଣ୍ଟାନ୍ସି, ୨୪ରେ ପେଣ୍ଟିଂ, ୨୫ରେ ଭୂଗୋଳ, ୨୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୨ରେ ମନୋବିଜ୍ଞାନ, ୫ରେ ଇଂଲିଶ୍‌, ୯ରେ ଗଣିତ, ୧୧ରେ ଗୃହ ବିଜ୍ଞାନ, ୧୨ରେ କମ୍ପ୍ୟୁଟର ବିଜ୍ଞାନ, ୧୬ରେ ଅର୍ଥନୀତି, ୧୯ରେ ରାଜନୀତି ବିଜ୍ଞାନ, ୨୫ରେ ଉଭିଦ ବିଜ୍ଞାନ, ୨୭ରେ ଇତିହାସ ଏବଂ ଏପ୍ରିଲ ୯ରେ ୱେବ୍ ଆପ୍ଲିକେସନ ପରୀକ୍ଷା ରହିଛି।

Breaking News