Report Card Odisha

| Daily Odia News

ରାମ୍ପ୍‌ ଦର୍ଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ସୁବ୍ୟବସ୍ଥିତ କରିବା ନେଇ ରାମ୍ପ୍‌ରେ ଦର୍ଶନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ ହୋଇଛି। ଏହାକୁ ନେଇ ସେବାୟତ ଓ ଟେକ୍ନିକାଲ କମିଟି ସହ ଆଲୋଚନା ମଧ୍ୟ ହୋଇଛି। ତେବେ ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ଓ ଧାର୍ମିକ ବିଧିବିଧାନ ଯେପରି କୌଣସି ପ୍ରକାରେ ପ୍ରଭାବିତ ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହାକୁ ସେବାୟତ ଓ ଟେକ୍ନିକାଲ କମିଟିର ସଦସ୍ୟମାନେ ଦେଖିଛନ୍ତି। ତେବେ ରୂପରେଖରେ କିଛି ପରିବର୍ତ୍ତନ ଆଣିବାକୁ ସେବକ ବନ୍ଧୁମାନେ ପରାମର୍ଶ ଦେଇଛନ୍ତି। ସେହି ପରାମର୍ଶଗୁଡ଼ିକୁ ବିଚାରକୁ ନିଆଯାଇ ଆଗାମୀ ପଦକ୍ଷେପ ନିଆଯିବ।ତେବେ ରାମ୍ପ୍‌ରେ ଦର୍ଶନ ବ୍ୟବସ୍ଥା କେବେଠାରୁ କାର୍ଯ୍ୟକାରୀ ହେବ, ସେ ସମ୍ପର୍କରେ ଏବେଠାରୁ କିଛି କହିହେବ ନାହିଁ ବୋଲି ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି।

Breaking News