Report Card Odisha

| Daily Odia News

ଆଜି ସନ୍ଧ୍ୟାରେ ବସିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଜରୁରୀ ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଜରୁରୀ ବୈଠକ ବସିବ । ଏହି ବୈଠକରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବାବଦରେ ଆଲୋଚନା ହେବ ବୋଲି ସୂଚନା ମିଳୁଛି । ମଙ୍ଗଳବାର ସନ୍ଧ୍ୟାରେ ବସିବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ ମଧ୍ୟ ଉପସ୍ଥିତ ରହିବେ । ସେହିପରି ବିଜେପି ସଭାପତି ଜେପି ନଡ୍ଡା, ପିୟୁଷ ଗୋଏଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୈଠକରେ ସାମିଲ ହେବେ ବୋଲି ଜଣାପଡିଛି । ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ଗତ କିଛିଦିନ ଧରି କଳ୍ପନାଜଳ୍ପନା ଜାରି ରହିଛି । ତେବେ ଏହି ସପ୍ତାହରେ କିମ୍ବା ଦିନେ ଦୁଇଦୁଇଦିନ ମଧ୍ୟରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି। ଏବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୫୨ ଜଣ ସଦସ୍ୟ ଅଛନ୍ତି । ତେବେ ସୂଚନା ଅନୁସାରେ ୨୦ ଜଣ ନୂଆ ସଦସ୍ୟ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି କରିପାରନ୍ତି। ତେଣୁ ଏବେ ମନ୍ତ୍ରିମଣ୍ଡଳର କଳେବର ୭୦ରୁ ୮୦ ପର୍ଯ୍ୟନ୍ତ ହେବା ନେଇ ଅନୁମାନ କରାଯାଉଛି। ଏପରିକି କିଛି ବରିଷ୍ଠ ମନ୍ତ୍ରୀଙ୍କ ବିଭାଗ ବଦଳିପାରେ। କିଛି ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଥିବାରୁ ଏଥିରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। କିଛି ନେତାଙ୍କ ପ୍ରଦର୍ଶନ ଅନୁସାରେ ବାଦ ବି ପଡ଼ିପାରନ୍ତି। ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ମୋଦୀଙ୍କ ଅଦଳବଦଳରେ ୟୁପି, ମହାରାଷ୍ଟ୍ରର ନେତାଙ୍କୁ ସ୍ଥାନ ମିଳିପାରେ। ସେହିପରି ପଶ୍ଚିମବଙ୍ଗ, ଆସାମର ନେତାମାନେ ଏଣ୍ଟ୍ରି କରିପାରନ୍ତି ।

Breaking News