ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତଥର ବୋଲବମ ଉପରେ ଲାଗିଲା ରୋକ | କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି | ଏନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି | କରୋନା ପାଇଁ ରାଜ୍ୟରେ ସମସ୍ତ ସାମାଜିକ, ରାଜନୈତିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ଶ୍ରାବଣ ମାସରେ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥାନରୁ ଶ୍ରଦ୍ଧାଳୁମାନେ ଶ୍ରାବଣୀ ଭରା ନେଇ ଶିବ ମନ୍ଦିରଯାଇଥାନ୍ତି । ଶ୍ରବଣ ମାସର ପ୍ରତି ରବିବାର ଏବଂ ସୋମବାର କଉଡିଆଙ୍କର ସମାଗମ ହୋଇଥାଏ | ତେଣୁ କରୋନା ସଂକ୍ରମଣ ପାଇଁ ଏବର୍ଷ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟକୁ ଅନୁମତି ଦିଆଯିବନାହିଁ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..