Report Card Odisha

| Daily Odia News

ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୧୭୦୩ ଆକ୍ରାନ୍ତ ଚହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ମଙ୍ଗଳବାର ସଂକ୍ରମଣ କମିଥିବା ବେଳେ ଆଜି ସାମାନ୍ୟ ବଢିଛି | ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୮୮ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୯, ବାଲେଶ୍ୱର ୮୮, ବରଗଡ ୬, ଭଦ୍ରକ ୭୦, ବଲାଙ୍ଗିର ୩, ବଉଦ ୪ ଏବଂ କଟକ ଜିଲ୍ଲାରୁ ୨୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୯, ଢେଙ୍କାନାଳ ୫୨, ଗଞ୍ଜାମ ୧୦, ଜଗତସିଂହପୁର ୫୧, ଯାଜପୁର ୮୫ ଓ ଝାରସୁଗୁଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କଳାହାଣ୍ଡି ଜିଲ୍ଲାରୁ ୧୨, କନ୍ଧମାଳ ୮, କେନ୍ଦ୍ରାପଡା ୧୪୯, କେନ୍ଦୁଝର ୨୮, ଖୋର୍ଦ୍ଧାରୁ ୩୮୬, କୋରାପୁଟ ୫, ମାଲକାନଗିରି ୪, ମୟରଭଞ୍ଜ ୬୨, ନବରଙ୍ଗପୁର ୪, ନୟାଗଡ ୪୬, ନୂଆପଡା ୩, ପୁରୀ ୧୩୯, ରାୟଗଡା ୩୩, ସମ୍ବଲପୁର ୧୫, ସୋନପୁର ୧୦, ସୁନ୍ଦରଗଡ ୪୩ ଏବଂ ଷ୍ଟେଟପୁଲରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୧୯୬୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୧୫୭୯୭୬୩୦ ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେଥିମଧ୍ୟରୁ ୯୭୨୫୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୪୯୩୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୧୭୪୧୧ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

Breaking News