ରିପୋର୍ଟ କାର୍ଡ / ବାଲିଅନ୍ତା
ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ପରିସରରୁ ମଙ୍ଗଳବାର କୃଷକ ସଚେତନତା ରଥ ଗଡ଼ିଛି। ବ୍ଲକର ୧୬ଟିଯାକ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମ ଓ ପଡ଼ା ପରିକ୍ରମା କରି କୃଷି ରଥ ଚାଷୀମାନଙ୍କ ନିକଟରେ କୃଷି ସଂପର୍କିତ ସଚେତନା ବାର୍ତ୍ତା ପହଞ୍ଚାଇବ। ଜମିର ମାଟି ପରୀକ୍ଷା ଠାରୁ ଆରମ୍ଭ କରି ମୃତ୍ତିକାର ଉର୍ବରତା ବଢ଼ାଇବା ପାଇଁ ରାସାୟନିକ ସାର ବଦଳରେ ଜୈବିକ ଖତସାର ବ୍ୟବହାର , ବଳରାମ ଯୋଜନା , କାଳିଆ ଯୋଜନା , ଋଣ ସୁବିଧାସୁଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଚାଷୀଙ୍କୁ ବାର୍ତ୍ତା ପ୍ରଦାନ କରିବ। ୧ ସପ୍ତାହ ଧରି ପଞ୍ଚାୟତ ଅଞ୍ଚଳ ପରିକ୍ରମା ଶେଷ ହେବା ପରେ ବ୍ଲକ କୃଷି କାର୍ଯ୍ୟାଳୟରେ ଉଦଯାପିତ ହେବ।
ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ହଲାଇ କୃଷିରଥର ଶୁଭାରମ୍ଭ କରିଥିଲେ। ବ୍ଲକ ସହକାରୀ କୃଷି ଅଧିକାରୀ ମନୋରଞ୍ଜନ ରାଉଳ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ଭାଗ୍ୟଲକ୍ଷ୍ମୀ ମିଶ୍ର, ସମବାୟ ସଂପାଦକ ବିଶ୍ବନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..