ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି। ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢ଼ାଉ କରିଥିଲେ | ଏହି ସମୟରେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ବିରଞ୍ଚି ନାରାୟଣଙ୍କ ଘରୁ ନଗଦ ୧୨ ଲକ୍ଷ ଓ ସମ୍ପର୍କୀୟଙ୍କ ଘରୁ ମିଳିଥିଲା ୧୩ ଲକ୍ଷ ଟଙ୍କା । ପାଖାପାଖି ଦେଢ଼ କିଲୋ ସୁନା ଗହଣା ମିଳିଥିଲା ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ । ବହୁ ବିଦେଶୀ ମୁଦ୍ରା ଜବତ ହୋଇଥିଲା । ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ସମ୍ପର୍କରେ ତଥ୍ୟ ମାଗିଛି ଭିଜିଲାନ୍ସ । ବିରଞ୍ଚି ନାରାୟଣ ସାହୁଙ୍କର ଭୁବନେଶ୍ୱରରେ ୨ଟି ଦୁଇ ମହଲା କୋଠା ସମେତ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକରେ ୧୪ଟି ପ୍ଲଟ ରହିଛି । ୫୬ ଲକ୍ଷ ଟଙ୍କାର ବୀମା ରାଶି ରହିଛି । ନିଯୁକ୍ତି ସମ୍ପର୍କିତ ଆଡମିଟ୍ କାର୍ଡ ସବୁ ଜବତ କରିଥିଲେ ଭିଜିଲାନ୍ସ ଟିମ୍ । ଅଧିକ ତଥ୍ୟ ସଂଗ୍ରହ କରୁଛି ଭିଜିଲାନ୍ସ ଟିମ୍ । ବିରଞ୍ଚିଙ୍କ ସମେତ ଆବଶ୍ୟକ ପଡ଼ିଲେ ତାଙ୍କ ସମ୍ପର୍କୀୟଙ୍କୁ ବି ଜେରା କରାଯିବ ବୋଲି କହିଛି ଭିଜିଲାନ୍ସ ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….