ରିପୋର୍ଟ କାର୍ଡ / କୋଲକାତା
ନକଲି ସରକାରୀ ଚାକିରୀ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ରାଖଲ ବେରାଙ୍କୁ ଖଲାସ କରିବାକୁ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। କେବଳ ଏତିକି ନୁହେଁ, ମମତା ବାନାର୍ଜୀ ସରକାରଙ୍କୁ କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ଆଉ ଏଫଆଇଆର ଦାଖଲ କରାଯିବା ଉଚିତ ନୁହେଁ। ଯଦି ଏମିତି କରନ୍ତି ତାହେଲେ ଏଥିପାଇଁ କୋର୍ଟରୁ ଅନୁମତି ନେବାକୁ ପଡିବ। ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଅଟନ୍ତି। ସେଥିପାଇଁ ଅଧିକାଂଶ ସମୟରେ ଟିଏମସି ସରକାରଙ୍କ ଟାର୍ଗେଟରେ ରହିଥାନ୍ତି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..