ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାଣିରେ କିସମିସ୍ କୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଜାଣନ୍ତୁ କିସମିସ୍ ବତୁରାଇ ଖାଇଲେ କି କି ଲାଭ ମିଳେ ।
– ଏଥିରେ ଆଇରନ, ପୋଟାସିୟମ, କ୍ୟାଲସିୟମ ଓ ବହୁ ପରିମାଣରେ ଫାଇବର ରହିଛି ।
-ହଳଦିଆ ଓ କଳା କିସମିସ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ।
-ନିୟମିତ ବତୁରା ଯାଇଥିବା ୧୦-୧୨ଟି କିସମିସ୍ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ ।
-ଏଥିରେ ଫାଇବର ମାତ୍ରା ଅଧିକ ରହିଥିବାରୁ ପେଟ ସଫା ରଖିଥାଏ ।

-ଏହାର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ ।
– ଯେଉଁମାନଙ୍କର ଓଜନ କମ ଓ ସେମାନେ ମୋଟା ହେବାକୁ ଇଚ୍ଛୁକ , ସେମାନେ ନିୟମିତ କିସମିସ୍ ଖାଇବା ଉଚିତ ।
-କିସମିସ୍ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ ।
– ଏହି କିସମିସ୍ ର ସେବନ କରିବା ଦ୍ୱାରା ପାଟି ର୍ଦୁଗନ୍ଧ ଦୂର ହୋଇଥାଏ ।ଟୋ ଲଗାଇବା ଉଚିତ।






More Stories
ରାଜ୍ୟରେ ବଢ଼ିଲା କୋଭିଡ ମାମଲା,ଜନସାଧାରଣଙ୍କୁ ପରାମର୍ଶ….
ଓଡିଶାକୁ ପୁଣି ଫେରିଲା କରୋନା:ଜଣେ ଆକ୍ରାନ୍ତ ଚିହ୍ନଟ……
ସବୁ ଜିଲ୍ଲାରେ ଆରମ୍ଭ ହେଲା କରୋନା ଟେଷ୍ଟିଂ…..