ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ୱାଧୀନତା ଦିବସ ପୂର୍ବରୁ ଭାରତର ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଛି | ସୁରକ୍ଷା ସଂସ୍ଥାଗୁଡିକୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୋଇନ୍ଦା ତଥ୍ୟରୁ ଜଣାପଡିଛି ଯେ ପାକିସ୍ତାନୀ ଆତଙ୍କବାଦୀମାନେ ଦେଶର ସୁରକ୍ଷା ପ୍ରତିଷ୍ଠାନ, ସମ୍ମୁଖ ପୋଷ୍ଟ ଆଦି ଉପରେ ଆକ୍ରମଣ କରିବାକୁ ଟାର୍ଗେଟ କରିଥିବା ବେଳେ ସେମାନେ ଦେଶ ଭିତରକୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ପ୍ରବେଶ କରାଇବାରେ ଲାଗିଛନ୍ତି। ଏକାଧିକ ଗୋଇନ୍ଦା ସଂସ୍ଥା ଦେଶର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଦେଇଥିବା ସୂଚନା ଅନୁସାରେ ଲସ୍କର-ଏ-ତୋଇବା ଏବଂ ଜୈସ-ଏ-ମହମ୍ମଦ ସମେତ ବିଭିନ୍ନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଭାରତର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ କାଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅଧିକ ସତର୍କ କରାଯାଇଛି। ଦେଶର ପ୍ରମୁଖ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ସୁରକ୍ଷା ପ୍ରତିଷ୍ଠାନ, ଫରୱାର୍ଡ ପୋଷ୍ଟ ଏବଂ ପ୍ରତିରକ୍ଷା ବାହିନୀ ସେମାନଙ୍କ ଟାର୍ଗେଟରେ ଅଛନ୍ତି ଏବଂ ଏହି ଆକ୍ରମଣ ପାଇଁ ଅତ୍ୟାଧୁନିକ ଆଇଇଡି ବ୍ୟବହାର କରାଯାଇପାରେ ବୋଲି ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..