ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜନସନ ଆଣ୍ଡ ଜନସନ୍ ର ସିଙ୍ଗଲ ଡୋଜ ଟିକକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି | ଭାରତ ସସ୍ପୁଟନିକ ଭି ଲାଇଟ୍ ଭ୍ୟାକ୍ସିନ କୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ଜଣାପଡ଼ିଛି । ଯଦି ସବୁକିଛି ଠିକ୍ ରହିଲା ତେବେ ସେପ୍ଟେମ୍ବର ସୁଦ୍ଧା ସିଙ୍ଗଲ ଡୋଜ ବାଲା ସ୍ପୁଟନିକ ଭି ଲାଇଟ୍ ଭ୍ୟାକ୍ସିନ ଭାରତରେ ଉତ୍ପାଦନ ଆରମ୍ଭ ହୋଇଯିବ । ଏହାକୁ ମାତ୍ର ୭୫୦ ଟଙ୍କାରେ ପାଇ ପାରିବେ । ଦେଶରେ ଏହାକୁ ଉତ୍ପାଦନ କରୁଥିବା ପନେସିୟା ବାୟୋଟେକ ଡ୍ରଗ୍ସ ରେଗୁଲେଟଙ୍କ ଠାରୁ ଏହାର ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ଲୋଡିଛି । ସୂଚନାଯୋଗ୍ୟ, ଜୁଲାଇରେ ପନେସିୟା ବାୟୋଟେକକୁ ସ୍ପୁଟନିକ ଲାଇଟ୍ର ଲାଇସେନ୍ସ ମିଳି ସାରିଛି | ମିଳିଥିବା ସୂଚନା ଅନୁଯାୟୀ, ସ୍ପୁଟନିକ ଲାଇଟ୍କୁ ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ମିଶି ଗାମେଲିୟା ଇନିଷ୍ଟିଚ୍ୟୁଟ ତିଆରି କରିଛି । ପୂର୍ବରୁ ଗାମେଲିୟା ସ୍ପୁଟନିକ-ଭି କରୋନା ଟିକା ତିଆରି କରିଥିଲା । ଏହା ଭାରତରେ ମଧ୍ୟ ବ୍ୟବହାର କରାଯାଉଛି । ଏହି କମ୍ପାନୀ ଟିକା ସମ୍ପର୍କିତ ଦସ୍ତାବିଜ୍କୁ ଭାରତ ସରକାରଙ୍କ ପାଖରେ ଦାଖଲ କରି ଦେଶରେ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଲୋଡ଼ିଥିଲା । ଭାରତ ସରକାର ମଧ୍ୟ ଦସ୍ତାବିଜରେ ଥିବା ଟିକାର ପ୍ରଭାବ ସଂକ୍ରାନ୍ତ ତଥ୍ୟ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ସେପ୍ଟେମ୍ବର ମାସରୁ ଏହାର ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି । ଅନୁମତି ମିଳିବା ପରେ ଟିକାର ସୀମିତ ବ୍ୟବହାର କରାଯିବ । ସ୍ପୁଟନିକ ଲାଇଟ୍ ଟିକାର ଦାମ ପ୍ରାୟ ୭୫୦ ଟଙ୍କା ରହିବ ବୋଲି ଜଣାପଡ଼ିଛି । ଏହି ଟିକାର ଟ୍ରାଏଲ ରୁଷରେ କରାଯାଇଥିଲା । ଟିକା କରୋନା ବିରୋଧରେ ୮୦% ସଫଳ । ଟିକା ନେବାର ୨୮ ଦିନ ପରେ ଏହାର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଶରୀରରେ ଦେଖିବାକୁ ମିଳୁଥିବା ଟ୍ରାଏଲରୁ ସ୍ପଷ୍ଟ ହୋଇଛି । ଏହାକୁ ଆଧାର କରି ଭାରତ ସରକାର ସ୍ପୁଟନିକ ଲାଇଟର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..