ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ଜାଭଲିନ ଫିଙ୍ଗାଳି ନୀରଜ ଚୋପ୍ରା ୧୪ଟି ସ୍ଥାନ ଲମ୍ଫ ଦେଇ ବିଶ୍ୱ ମାନ୍ୟତାର ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି | ୱାଗସ୍ଥ ମାସରେ ନୀରଜ ଭାରତ ପାଇଁ ଅଲମ୍ପିକ ଟ୍ରାକ ଆଣ୍ଡ ଫିଲଡରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ | ସେ ଟୋକିଓରେ ୮୭.୫୮ ମିଟର ଜାଭଲିନ ଫିଙ୍ଗି ସ୍ୱର୍ଣ୍ଣିମ ସଫଳତା ହାତେଇଥିଲେ | ଏହି ସଫଳତା ପରେ ବିଶ୍ୱ ଦୌଡକୁଦ ଦ୍ୱାରା ଘୋଷିତ ପୁରୁଷ ଜାଭଲିନ ମାନ୍ୟତାରେ ନୀରଜ ୧୩୧୫ ପଏଣ୍ଟ କେବଳ ଜର୍ମାନୀର ଜୋହାନେସ ଭେଟର ୧୩୯୬ଙ୍କ ପଛରେ ରହିଛନ୍ତି | ଭେଟର ଟୋକିଓ ଅଲମ୍ପିକ୍ସରେ ପଦାକରୁ ବଞ୍ଚିତ ରହିଥିଲେ ମଧ୍ୟ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି | ଅଲମ୍ପିକ୍ସ ପୂର୍ବରୁ ନୀରଜଙ୍କ ୧୨୩.୦୦୦ ଇନଷ୍ଟାଗ୍ରାମ ଅନୁଗାମୀ ଥିଲେ | ଏବେ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହି ସଂଖ୍ୟା ୩୨ ଲକ୍ଷରେ ପହଞ୍ଚିଛି |






More Stories
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା…..
ଆଇପିଏଲ୍ ନିଲାମ ତାଲିକାରେ ଦୁଇ ଓଡିଆ…..
ବାରବାଟୀରେ ଭାରତର ବିରାଟ ବିଜୟ……