ରିପୋର୍ଟ କାର୍ଡ / ବାଲିପାଟଣା
ବାଲିପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୀଷା ଚୌଧୂରୀଙ୍କ ବିରୋଧରେ ଆଗତ ଅନାସ୍ଥା ବୈଠକ ଆଲୋଚନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ହଠାତ ଆଜି ଶେଷ ମୁହୂର୍ତ୍ତରେ ବୈଠକ ଆଲୋଚନା ବନ୍ଦ ଘୋଷଣା କରାଯାଇଛି। ଏନେଇ ରାଜନୈତିକ ମହଲରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହା ଚାପରେ ବୈଠକ ଆଲୋଚନାକୁ ବନ୍ଦ ରଖାଗଲା। ବୈଠକ ବନ୍ଦ ରହିବା ପଛରେ କାହାର ହାତ ରହିଛି। ଅନ୍ୟପକ୍ଷରେ ନିର୍ବାଚନ ପରିଚାଳନା ଦାୟିତ୍ବରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ତହସିଲଦାରଙ୍କ ଝିଅଙ୍କୁ କୋଭିଡ଼ ସଂକ୍ରମଣ ହୋଇଥିବାରୁ ସେ ଗୃହ ସଂଗରୋଧରେ ଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ ବୈଠକ ବନ୍ଦ ଘୋଷଣା କରିଥିବା ଜଣାପଡ଼ିଛି। ଏହା କେତେଦୂର ପ୍ରାସଙ୍ଗିକ ସେନେଇ ଆଲୋଚନା ହେଉଛି। ପ୍ରଶାସନର ଭୂମିକା ପ୍ରତି ଏହା ସନ୍ଦେହ ସୃଷ୍ଟି
କରିଛି। ତହସିଲଦାର ଗୃହ ସଂଗରୋଧରେ ଥିବା ନେଇ ଆଗରୁ ଜିଲ୍ଲା ପ୍ରଶାସନକୁ ନୋଟିସ କଲେ ନାହିଁ କାହିଁ । ତାଙ୍କ ସ୍ଥାନରେ ନିଜେ ଉପ ଜିଲ୍ଲାପାଳ କିମ୍ବା ଅନ୍ୟ କୌଣସି ଅଧିକାରୀ ବୈଠକରେ ଯୋଗଦେଲେ ନାହିଁ କାହିଁକି ? ଅନାସ୍ଥା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପ କେତେଦୂର ଯୁକ୍ତିଯୁକ୍ତ? ଏଭଳି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛ। କାହା ଚାପରେ ଅନାସ୍ଥା ଭୋଟ ସ୍ଥଗିତ ରଖାଗଲା ? ପ୍ରକୃତରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଯିବା ଭୟରେ କୋଭିଡ଼ ସଂକ୍ରମଣ ବାହାନା ଥିଲା କି? ଶ୍ରୀମତୀ ଚୌଧୂରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ପକ୍ଷ ତାଙ୍କ ସପକ୍ଷରେ ନିଦ୍ଧାରିତ ସମର୍ଥନ ଜୁଟାଇ ନପାରି ଜିଲ୍ଲା ପ୍ରଶାସନକୁ ପ୍ରଭାବିତ କରି ଏଭଳି ଡ୍ରାମା ରଚିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ବାଲିପାଟଣା ବ୍ଲକ ୧୭ଟି
ପଞ୍ଚାୟତକୁ ନେଇ ଗଠିତ । ଅଧ୍ୟକ୍ଷ ପଦବି ରଦ୍ଦ ନେଇ ଦୁଇଭାଗ ଜନ ପ୍ରତିନିଧିଙ୍କ ଆବଶ୍ୟକତା ଥିବା ବେଳେ ବିରୋଧୀ ପକ୍ଷ ନିଜ ସମର୍ଥିନ ହାସଲ କରିପାରିନଥିବା ନେଇ ଆଲୋଚନା ଜୋର ଧରିଛି। ଅପରପକ୍ଷରେ ଅନାସ୍ଥା ପ୍ରସ୍ତାବ ବଳବତ୍ତର ଥିବାରୁ ଉନ୍ନୟନ କାର୍ଯ୍ୟଠପ ହୋଇଯାଇଛି। ଏନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……