Report Card Odisha

| Daily Odia News

ରାଜ୍ୟରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସେଥିରୁ୧୩୮ ଛୁଆ ଆକ୍ରାନ୍ତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସପାଉଛି | ଆଜି ରାଜ୍ୟରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୦ ରୁ ୧୮ ବର୍ଷ ବୟସର ୧୩୮ ଛୁଆ ରହିଛନ୍ତି । ଯାହା କି ଚିନ୍ତାର କାରଣ ପାଲଟିଛି | ଏଥିସହିତ ସଂଗରୋଧରୁ ୫୭୮ ଓ ସ୍ଥାନୀୟ ସଂକ୍ରମିତ ୪୧୫ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୧୮, ବରଗଡ ୧୦, ଭଦ୍ରକ ୧୨, ବଲାଙ୍ଗିର ୧୩, ବଉଦ ୧ ଓ କଟକରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୪, ଢେଙ୍କାନାଳ ୩୨, ଗଜପତି ୧, ଗଞ୍ଜାମ ୫, ଜଗତସିଂହପୁର ୫୧, ଯାଜପୁର ୬୦, ଝାରସୁଗୁଡା ୨, କନ୍ଧମାଳରୁ ୭ ଜଣ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡାରୁ ୧୫, କେନ୍ଦୁଝର ୧୦, ଖୋର୍ଦ୍ଧା ୪୧୯, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୪୨, ନବରଙ୍ଗପୁର ୧, ନୟାଗଡ ୧୬, ନୂଆପଡା ୧, ପୁରୀ ୨୫, ରାୟଗଡା ୩, ସମ୍ବଲପୁର ୧୧, ସୋନପୁର ୫, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୯୩ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୧୦୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୭୨୦୮୨୪୮ ନମୁନା ପରୀକ୍ଷା କରାଯାଇସାରିଲାଣି। ତାହାସହିତ ମୋଟ ୯୮୦୪୭୧ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ରାଜ୍ୟରେ ସଂପ୍ରତି ୯୫୩୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Breaking News