Report Card Odisha

| Daily Odia News

ମୁହଁ ଖୋଲିଲେ ଦାମୋଦର ରାଉତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କୋଟି କୋଟି ଟଙ୍କାର ସମବାୟ ଦୁର୍ନୀତି ପଦାକୁ ଆସିଛି। ବର୍ତ୍ତମାନ ଆଠଗଡ଼ରେ ଅଧିକ ଟଙ୍କାର ସମବାୟ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି। ଏଥିରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ତାଙ୍କ ଭାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର ସ୍ୱାଇଁ ସଂପୃକ୍ତ ଥିବା ଅଭିଯୋଗ ତୀବ୍ର ହେବାରେ ଲଗିଛି। ରଣେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ନେଇ ଦାବି ଜୋରଦାର ହୋଇଛି। ସମବାୟ ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ପୂର୍ବତନ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି। ଦାମ କହିଛନ୍ତି, ତାଙ୍କ ଅଞ୍ଚଳର ଏକ ସେବା ସମବାୟ ସମିତିରେ ଚାଷୀଙ୍କ ଋଣ ଅର୍ଥ ଆତ୍ମସାତ ନେଇ ସେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଦାମ କହିଛନ୍ତି, ଆଠଗଡ଼ରେ ଯେମିତି ସମବାୟ ଦୁର୍ନୀତି ହୋଇଛି, ମୋ ପଞ୍ଚାୟତରେ ମଧ୍ୟ ସେୟା ହୋଇଛି। ସମବାୟ ବ୍ୟାଙ୍କ ଏରସମା ଶାଖା ଅଧୀନରେ ଥିବା ନୁହାରୀ ସେବା ସମବାୟ ସମିତିରେ ୭୦୦ ଚାଷୀଙ୍କ ନାମରେ ୧ କୋଟି ୬୦ ଲକ୍ଷ ଟଙ୍କା ଋଣ ପକାଯାଇଛି। ଏହାକୁ ବିରୋଧ କରି ଚାଷୀମାନେ ବ୍ଲକ ଓ ଥାନା ଆଦି ଘେରାଉ କରିଥିଲେ ମଧ୍ୟ କୌଣସି ଫଳ ନ ମିଳିବାରୁ ମୁଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରିଥିଲି। ଦୁର୍ନୀତିର ତଦନ୍ତ କରି ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ପଦକ୍ଷେପ ନେବାକୁ ଏଥିରେ ଉଲ୍ଲେଖ କରିଥିଲି। କେନ୍ଦ୍ର ସମବାୟ ବ୍ୟାଙ୍କ କୌଣସି ପଦକ୍ଷେପ ନ ନେବା ଯୋଗୁଁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କୁ ପତ୍ର ଲେଖି ପଦକ୍ଷେପ ନେବାକୁ କହିଥିଲେ ମଧ୍ୟ ସେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

Breaking News