ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୌସୁମୀ ଅଧିବେଶନରେ ଲାଗଡ଼ର ୩ ଦିନ ଗୃହରେ ହଟ୍ଟଗୋଳ ଓ ଅଚଳା ଅବସ୍ଥାପରେ ୪ର୍ଥ ଦିନ ଅର୍ଥାତ ଆଜି ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ଶୃଙ୍ଖଳାର ସହିତ ପ୍ରଶ୍ନକାଳ ଶେଷ ହୋଇଥିବା ସୂଚନା ମିଳିଛି। ବିଧାନସଭାର ପ୍ରଶ୍ନକାଳରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇ କହିଛନ୍ତି, କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲାପାଳମାନଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ପ୍ରତିଷ୍ଠା ନେଇ ରିପୋର୍ଟ ମଗାଯାଇଛି । ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନେବ । ଖୁବ୍ ଶୀଘ୍ର ୫ ଜିଲ୍ଲାରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ । ସୁନ୍ଦରଗଡ଼, ଯାଜପୁର, ଖୋର୍ଦ୍ଧା, ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟାର ହଷ୍ଟେଲ ପାଇଁ ଜମି ଚିହ୍ନଟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ୩୫ ହଜାର ତଳେ ଦରମା ପାଉଥିବା କର୍ମଜୀବୀ ମହିଳାମାନେ ଏହି ହଷ୍ଟେଲରେ ରହିବେ । ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ । ଏହି କମିଟି ହଷ୍ଟେଲର ପରିଚାଳନା କରିବେ ବୋଲି ବିଧାନସଭାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..