ରିପୋର୍ଟ କାର୍ଡ / ଅନୁଗୁଳ
ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ଶୁକ୍ରବାର ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ମାଡ ମାରିବା ପରେ ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଭାଶିଷ ମହାପାତ୍ର । ସୂଚନା ଅନୁସାରେ -ଶୁକ୍ରବାର ରାତି ପ୍ରାୟ ୧୦ ଟା ବେଳେ କରମଙ୍ଗାସାହିର ଶୁଭାଶିଷ ମହାପାତ୍ର ଓ ମନୋରଞ୍ଜନ ଦୋରାଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା । ଏହି ବଚସା ବେଳେ ମନୋରଞ୍ଜନ ରାଗି ଯାଇ ହଠାତ ଶୁଭାଶିଷଙ୍କୁ ଏକ ଲୁହାରଡରେ ଆକ୍ରମଣ କରିଥିଲେ । ଶୁଭାଶିଷଙ୍କ ମୁଣ୍ଡରେଏହି ଲୁହା ଛଡ଼ ମାଡ ହେବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ସେ ସେହିଠାରେ ଅଚେତ ହୋଇ ପଡି ଯାଇଥିଲେ । ଖବର ପାଇ ବନ୍ତଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶୁଭାଶିଷଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ଆକ୍ରମଣକାରୀ ମନୋରଞ୍ଜନ ଫେରାର ଥିବା ଜଣା ପଡିଛି ।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……