Report Card Odisha

| Daily Odia News

ମହୁ ଦୂର କରିପାରେ ମେଦ ବହୁଳତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଧୁନିକ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଯୋଗୁ ଅନେକେ ମେଦବହୁଳତାର ଶିକାର ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି କେହି ଜିମ୍‌ ଯାଉଥିବା, କେହି କେହି ଡାଏଟ ଫଲୋ କରିଥାନ୍ତି। ମାତ୍ର ମହୁରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରିରହିଛ, ଯାହା ମେଦବହୁଳତା ସମସ୍ୟାରୁ ମୁକ୍ତି ଦେଇଥାଏ।

ଏହାର ବ୍ୟବହାର ବିଷୟରେ ଜାଣନ୍ତୁ:

ଲେମ୍ବୁ ଓ ମହୁ- ଏହାସହ ପ୍ରତିଦିନ ସକାଳେ ଲେମ୍ବୁପାଣିରେ ମହୁ ମିିଶାଇ ପିଇଲେ ମଧ୍ୟ ମୋଟାପଣ କମ୍‌ ହୋଇଥାଏ।
ତୁଳସୀ ଓ ମହୁ – ତୁଳସୀପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଫଳରେ ପାଚନକ୍ରିୟା ସକ୍ରିୟ ହୋଇଥାଏ। ୨ ଚାମଚ ତୁଳସୀପତ୍ର ରସରେ ମହୁ ମିଶାଇ ପିଇବା ଫଳରେ ମେଦବହୁଳତା ସମସ୍ୟା ଦୂର ହୋଇଥାଏ।

କ୍ଷୀର ଓ ମହୁ – ଏହା ଶରୀରକୁ ଭିଟାମିନ୍‌ ଯୋଗାଇବା ସହ ମୋଟାପଣ କମ୍‌ କରିଥାଏ। ରାତିରେ ଉଷୁମ କ୍ଷୀରରେ ଦୁଇ ଚାମଚ ମହୁ ମିଶାଇ ପିଇଲେ ମେଦବହୁଳତା ହ୍ରାସ ପାଇଥାଏ।

ପୋଦିନା ଓ ମହୁ – ପ୍ରତିଦିନ ୧ ଚାମଚ ପୋଦିନାରସରେ ୨ ଚାମଚ ମହୁ ମିଶାଇ ପିଇଲେ ମୋଟାପଣ ସମସ୍ୟା ଦୂର ହୋଇଥାଏ।

Breaking News