Report Card Odisha

| Daily Odia News

ରାଜ୍‌ କୁନ୍ଦ୍ରାଙ୍କୁ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଛି । ଆସନ୍ତା କାଲି ରାଜ୍ ଜେଲରୁ ମୁକୁଳି ପାରିନ୍ତି ବୋଲି ସୂଚନା ମିଳିଛି। ସେହିପରି ରାଜ କୁନ୍ଦ୍ରାଙ୍କ ଆଇଟି ହେଡ୍‌ ରିୟାନ୍‌ ଥୋରପେଙ୍କୁ ମଧ୍ୟ ଜାମିନ ମିଳିଛି। ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲରେ ଜୁଲାଇ ୧୯ରେ ପୋଲିସ ଗିରଫ କରିଥିଲା । ଆଜି ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଛନ୍ତି। ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କୁ ମଧ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି ତଥା ବିତରଣକୁ ନେଇ ଚଳିତ ବର୍ଷ ଜୁଲାଇରେ ମୁମ୍ବାଇ ପୋଲିସ କ୍ରାଇମ ଶାଖା ଦ୍ୱାରା ଉଭୟ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେ ଗିରଫ ହୋଇଥିଲେ।

 

 

 

Breaking News