Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀ ହେଉ ହେଉ ଆକ୍ସନ ମୋଡ଼ରେ ଚରଣଜିତ,ଆସିଲା ‘Me Too’ ଅଭିଯୋଗ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଶପଥ ନେବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତିନି କୃଷି ଆଇନ ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏଥିସହ ତାଙ୍କର ପ୍ରଥମ ଫୋକସ୍‌ ପଞ୍ଜାବର ପ୍ରତିଟି ଜନସାଧାରଣ ବୋଲି କହିଛନ୍ତି। ଚନ୍ନି କହିଛନ୍ତି, ‘ତାଙ୍କ ସରକାର ଚାଷୀଙ୍କ ସହ ଅଛି। ତାଙ୍କ ସରକାର ଗରିବମାନଙ୍କର ସରକାର। ଯଦି କୃଷକ ବୁଡିବ ତେବେ ଦେଶ ବୁଡିଯିବ। କୃଷକଙ୍କ ସମ୍ମାନ ଉପରେ ଗୋଟିଏ ବି ଆଘାତ ଲାଗିବାକୁ ଦେବିନି। କୃଷକଙ୍କ ସଙ୍ଘର୍ଷରେ ପଞ୍ଜାବ ସରକାର ସର୍ବଦା ଠିଆ ହେବ। ମୋତେ କିଛି ସମୟ ଦରକାର, ତୁମର ସମସ୍ତ ଦାବି ପୂରଣ ହେବ। ମୋତେ ବିଶ୍ୱାସ କର ପ୍ରତ୍ୟେକ ଅଭିଯୋଗର ସମାଧାନ ହେବ। ତାଙ୍କୁ ହାଇକମାଣ୍ଡ ତରଫରୁ ୧୮ଟି ପ୍ରସଙ୍ଗକୁ ନେଇ ତାଲିକା ମିଳିଛି। ଯାହାକୁ ସେ ନିଜ କାର୍ଯ୍ୟକାଳ ଭିତରେ ହିଁ ପୂରଣ କରିବି।’ ମୁଖ୍ୟମନ୍ତ୍ରୀ ହେଉ ହେଉ ହିଁ ଚନ୍ନି କୃଷକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ପାଣି ଏବଂ ବିଦ୍ୟୁତ୍‌ ବିଲ୍‌ ଛାଡ୍‌ କରିବା ପାଇଁ ଘୋଷଣା କରିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ। ଯଦି କାହାର ବିଦ୍ୟୁତ୍ କାଟ ହୁଏ, ତେବେ ଆମେ ତାଙ୍କ ଘରକୁ ବିଦ୍ୟୁତ୍ ପୁନଃ ସ୍ଥାପନ କରିବୁ। ଚାଷୀଙ୍କ ପାଇଁ ଏଣିକି ବିଦ୍ୟୁତ୍ ବିଲ୍ ମାଗଣା ହେବ। କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବରେ ବହୁତ ଭଲ କାମ କରିଥିଲେ ବୋଲି ଚନ୍ନି କହିଛନ୍ତି। ମୁଁ ନିଶ୍ଚିତ କରୁଛି ଯେ କାହା ସହିତ କିଛି ଭୁଲ୍ ହେବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ ହେବ। ଯଦି ଚାଷୀଙ୍କ ସ୍ୱାର୍ଥରେ କିଛି ବି ଆଞ୍ଚ ଆସେ ତେବେ ମୁଁ ମୋର ଗଳା ଆଗକୁ ବଢ଼ାଇଦେବି। କୃଷକ ଖୁସି ହେଲେ ହିଁ ପଞ୍ଜାବ ଖୁସି ହେବ। ପଞ୍ଜାବର ଚାଷୀଙ୍କୁ ଦୁର୍ବଳ ହେବାକୁ ଦିଆଯିବ ନାହିଁ। କୃଷି ନିୟମ ପ୍ରତ୍ୟାହାର କରାଯିବା ଉଚିତ୍ ବୋଲି ସେ କହିଛନ୍ତି। ଏହି ଆଇନ୍‌କୁ ଫେରାଇ ନେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବୋଦନ କରିଛନ୍ତି। ସେପଟେ -ଚରଣଜିତ ସିଂ ନାଁରେ ଆସିଲା Me Too ଅଭିଯୋଗ | ୨୦୧୮ରେ ‘Me Too’ ଅଭିଯୋଗରେ ଛନ୍ଦି ହୋଇଥିବା ଚନ୍ନି ମହିଳାଙ୍କ ପାଇଁ ସୁରକ୍ଷିତ ନୁହଁନ୍ତି। ଏଭଳି କିଛି କହିଛନ୍ତି ରାଷ୍ଟ୍ରୀୟ ମହିଳା ଆୟୋଗ ତଥା ଏନ୍‌ସିଡବ୍ଲୁର ଅଧ୍ୟକ୍ଷା ରେଖା ଶର୍ମା। ଜଣେ ମହିଳା ନେତୃତ୍ତ୍ୱ କରୁଥିବା ଦଳ କିଭଳି ଚନ୍ନିଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ରୂପେ ଚୟନ କରିଛି। ତାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Breaking News