ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ତିନିଦିନିଆ ଗସ୍ତରେ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନକ୍ସଲ ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ବୈଠକରେ ଯୋଗଦେବେ। କେବଳ ଓଡ଼ିଶାର ନୁହେଁ ଯେଉଁ ସବୁ ରାଜ୍ୟରେ ମାଓବାଦୀମାନେ ସକ୍ରିୟ ଅଛନ୍ତି ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଡ଼କାଯାଇଛି । କିପରି ମାଓବାଦୀଙ୍କ କାର୍ଯ୍ୟକୁ ଦମନ କରିହେବ ଏବଂ ରାଜ୍ୟରେ ତାଙ୍କ ଉପସ୍ଥିତିକୁ କମ୍ କରି ହେବ ତାହାରି ଉପରେ ଆଲୋକପାତ କରାଯିବ । ବୈଠକ ଆସନ୍ତା ରବିବାର ଦିନ ବସିବ। ସେ ସେହିଦିନ ବୈଠକ ଶେଷ ଭୁବନେଶ୍ବର ଫେରିଆସିବେ। ମାଓ ଦମନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ବଳ ଯୋଗାଇ ଦେବା ସହିତ ଆର୍ଥିକ ଅନୁଦାନ ମଧ୍ୟ ଦେଇଥାନ୍ତି। ତେବେ ଓଡିଶାକୁ ମାଓ ମୁକାବିଲା ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାୟ ନଅ ଶହ କୋଟି ଟଙ୍କା ବାକି ରହିଛି। ସେହି ବକେୟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଉଠାଇପାରନ୍ତି ବୋଲି ଜଣାପଡିଛି। ବହୁଦିନ ପରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..