Report Card Odisha

| Daily Odia News

ପୋଲିସ ମାନେ ସାବଧାନ,ଲାଞ୍ଚ,ବଟି-ଚାନ୍ଦା ଆଦାୟ କଲେ ଜେଲ…..

CREATOR: gd-jpeg v1.0 (using IJG JPEG v80), quality = 82

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୋଲିସ ମାନଙ୍କ ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ | କହିଛନ୍ତି କି ଯେଉଁ ପୋଲିସ ଅଫିସରମାନେ ନିଜର କର୍ତ୍ତବ୍ୟ ଠିକ୍‌ଭାବେ କରୁନାହାନ୍ତି, ତା’ ସହ ଲାଞ୍ଚ, ବଟି ଓ ଚାନ୍ଦା ଆଦାୟ କରିବାରେ ବ୍ୟସ୍ତ ରହୁଛନ୍ତି, ସେମାନଙ୍କୁ ଜେଲ ପଠାଇବା ଦରକାର | ଏନେଇ ସୋମବାର ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍‌ଭି ରମଣା କହିଛନ୍ତି। ସୋମବାର ପ୍ରଧାନବିଚାରପତି ଜଷ୍ଟିସ୍ ରମଣାଙ୍କ ଖଣ୍ଡପୀଠ ଚାନ୍ଦା ଆଦାୟ କରିବା, ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ଏବଂ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନିଲମ୍ବିତ ଆଇପିଏସ୍ ଅଫିସର ଗୁରଜିନ୍ଦର ପାଲ ସିଂହଙ୍କ ଗିରଫଦାରି-ବିରୋଧୀ ଆବେଦନର ଶୁଣାଣି କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ସୁରକ୍ଷା ମାଗିବାରେ ସିଂହଙ୍କର ଏହା ହେଉଛି ତୃତୀୟ ଥର। ପୂର୍ବରୁ ଦୁଇଥର ସୁପ୍ରିମ୍‌କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଏଥର ଶୁଣାଣି କରି ପ୍ରଧାନବିଚାରପତି କହିଲେ ଯେ, ତାଙ୍କୁ ସବୁଥର ସୁରକ୍ଷା ଦିଆଯାଇପାରିବ ନାହିଁ। କ୍ଷମତାରେ ଥାଇ ସେ ଲୋକଙ୍କଠାରୁ ଚାନ୍ଦା ଆଦାୟ କରୁଛନ୍ତି। ତାଙ୍କୁ ଦିନେ ନା ଦିନେ ଏହାର ମୂଲ୍ୟ ଦେବାକୁ ପଡ଼ିବ। ପଦବିରେ ଥିଲାବେଳେ ଟଙ୍କା ଝଡ଼ଉଚ। ତା’ପରେ ସୁଧମୂଳ ସହ ତାକୁ ଗଣିବାକୁ ପଡ଼ିବ। ବହୁତ ହୋଇଗଲା। ଏପରି ଅଫିସରଙ୍କୁ ଆମେ କାହିଁକି ସୁରକ୍ଷା ଦେବୁ? ସିଂହଙ୍କ ଓକିଲ ଏପରି ଅଫିସରଙ୍କ ପାଇଁ ସୁରକ୍ଷା ଆବଶ୍ୟକ ବୋଲି କହିବା ପରେ ଜଷ୍ଟିସ୍ ରମଣା କହିଥିଲେ, ‘ନା, ସେମାନଙ୍କୁ ଜେଲ ଯିବାକୁ ପଡ଼ିବ’। ଏହା କହିବା ସତ୍ତ୍ବେ ଜଷ୍ଟିସ୍ ରମଣା ନିଲମ୍ବିତ ଆଇପିଏସ୍ ଅଫିସର ସିଂହଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହ ଛତିଶଗଡ଼ ସରକାରଙ୍କୁ ଏକ ନୋଟିସ ଜାରି କରିଥିଲେ।

 

Breaking News