ରିପୋର୍ଟ କାର୍ଡ / ଭୁବନେଶ୍ୱର
ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ କରି ମୋବାଇଲ ଲୁଟି ନେଲେ ଦୁଇ ଯୁବକ । ଜଣେ ସାମ୍ବାଦିକଙ୍କୁ ସକାଳେ ଦୁଇ ଯୁବକ ଆକ୍ରମଣ କରି ତାଙ୍କଠାରୁ ଛିନତାଇ କରିବା ଘଟଣା ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ଭୁବନେଶ୍ବରର ଡେଲଟା ଛକ ପାଖରୁ ‘ସମୟ’ର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କଠାରୁ ଛିନତାଇ କରି ମୋବାଇଲ ଛଡ଼େଇ ନେଇଗଲେ । ଦୁଇ ଯୁବକ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରି ମୋବାଇଲ ଛଡ଼େଇ ନେଇ ପଳାଇଥିଲେ। ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..