ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତ୍ରୀ ତଥା ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ବଡ଼ ବୟାନ କୁ ନେଇ ଚର୍ଚ୍ଚ ଜୋରଧରିଛି | ଉତ୍ତରପ୍ରଦେଶକୁ ଅପରାଧମୁକ୍ତ ରାଜ୍ୟ ବୋଲି ଯୋଗୀ ସରକାର ଘୋଷଣା କରିଆସିଥିବା ବେଳେ ବେବି ରାଣୀଙ୍କ ମନ୍ତବ୍ୟ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ରାଜ୍ୟର ମହିଳାମାନଙ୍କୁ ସନ୍ଧ୍ୟା ୫ ପରେ ଥାନାକୁ ନଯିବା ପାଇଁ ଉପଦେଶ ଦେଇଛନ୍ତି । ରାତି ହୋଇଗଲେ ଥାନାକୁ ଯିବା ଅନୁଚିତ ବୋଲି ସେ କହିଛନ୍ତି। ଏହା ପୂର୍ବରୁ କିମ୍ବା ସକାଳ ହେଲେ ଭାଇ, ବାପା କିମ୍ବା ସ୍ବାମୀଙ୍କ ସହ ଥାନାକୁ ଯାଆନ୍ତୁ ବୋଲି ବେବି ରାଣୀ ରାଜ୍ୟର ଯୁବତୀ-ମହିଳାମାନଙ୍କୁ ଉପଦେଶ ଦେଇଛନ୍ତି। ଏନେଇ ଏକ ଭିଡିଓ ମଧ୍ୟ ଏବେ ଭାଇରାଲ୍ ହେଉଛି। ଉତ୍ତରପ୍ରଦେଶର ବାରଣାସୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ବେବି ରାଣୀ ମୌର୍ଯ୍ୟ କହିଛନ୍ତି, ଥାନାରେ ଜଣେ ମହିଳା ଅଧିକାରୀ ଏବଂ ଏସଆଇ ରହୁଛନ୍ତି ସତ କିନ୍ତୁ ଗୋଟିଏ କଥା କହିବି ସନ୍ଧ୍ୟା ୫ ପରେ ରାତିରେ ଏକା ଥାନାକୁ ଯାଆନ୍ତୁ ନାହିଁ। ତାପର ଦିନ ସକାଳେ ଥାନାକୁ ଯାଆନ୍ତୁ। ଯଦି ଅତ୍ୟାବଶ୍ୟକ ପଡ଼େ ତେବେ ଭାଇ, ବାପା କିମ୍ବା ସ୍ବାମୀଙ୍କ ସହ ଥାନାକୁ ଯାଆନ୍ତୁ ବୋଲି ସେ କହିଛନ୍ତି। ଏହା ପରେ ପୂର୍ବତନ ରାଜ୍ୟପାଳଙ୍କ ବୟାନକୁ ନେଇ ପୂର୍ବତନ ଆଇଏଏସ୍ ଅଧିକାରୀ ସୂର୍ଯ୍ୟ ପ୍ରତାପ ସିଂହ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ବେବି ରାଣୀଙ୍କ ଝିଅମାନଙ୍କ ଦୁଃଖକୁ ନେଇ ଏହି ମନ୍ତବ୍ୟ ଯୋଗୀ ସରକାରଙ୍କ ପୋଲ୍ ଖୋଲିଦେଇଛି ବୋଲି ସେ ଟ୍ବିଟ କରି କହିଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..