ରିପୋର୍ଟ କାର୍ଡ / ବଲାଙ୍ଗୀର
ମମିତା ମେହେର ହତ୍ୟା ମାମଲାରେ ୫ ଦିନିଆ ରିମାଣ୍ଡ ସରିବା ପରେ ଜେଲ ଗଲା ଗୋବିନ୍ଦ ସାହୁ। ଗୋବିନ୍ଦକୁ ରିମାଣ୍ଡରେ ନେଇଥିଲା ବଲାଙ୍ଗୀର ପୋଲିସ୍। ଏହି ସମୟରେ ଅଭିଯୁକ୍ତ ଗୋବିନ୍ଦ ଦ୍ୱାରା ସମ୍ପୂର୍ଣ୍ଣ ଘଟଣାର ସିନ ରିକ୍ରିଏସନ କରିଥିଲା ପୋଲିସ। ତେବେ ପୋଲିସ ରିମାଣ୍ଡ ଅବଧି ସରିବା ପରେ ସୋମବାର ଭୋରରୁ ତାକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଗୋବିନ୍ଦ ସାହୁକୁ କଣ୍ଟାବାଞ୍ଜି ଜେଲକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, ଗୋବିନ୍ଦକୁ ଗତ ରାତିରେ ରିଜର୍ଭ ପୋଲିସରେ ରଖାଯାଇଥିଲା। ଆଜି ଭୋର୍ ୪ଟାବେଳେ ତାକୁ କୋର୍ଟକୁ ନିଆଯାଇଥିଲା। ରିମାଣ୍ଡ ସରିବା ପୂର୍ବରୁ ଗୋବିନ୍ଦ ସାହୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କୋର୍ଟରେ ହାଜର ପରେ ଗୋବିନ୍ଦ ସାହୁକୁ ଜେଲକୁ ପଠାଇ ଦିଆଯାଇଛି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……