Report Card Odisha

| Daily Odia News

ରୋଗୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି | ନିର୍ବାଚନ ପୂର୍ବରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି । ୟୁପି ରେ ସରକାର ଗଠନ ପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀ ଏକ ଟୁଇଟ୍‌ରେ କହିଛନ୍ତି, “କୋଭିଡ-୧୯ ମହାମାରୀ ସମୟରେ ୟୁପିରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବନତି ଘଟିଥିବାର ସମସ୍ତେ ଦେଖିଥିଲେ। ଏହା ସରକାରଙ୍କ ଅବହେଳାର ଫଳାଫଳ। ମନିଫେଷ୍ଟୋ କମିଟିର ସହମତିରେ ୟୁପି କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ଯଦି ୟୁପିରେ ସରକାର ଗଠନ ହୁଏ, ତେବେ କୌଣସି ରୋଗକୁ ବିନା ମୂଲ୍ୟରେ ଚିକିତ୍ସା କରାଯିବ । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। “

Breaking News