ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଶହେ କୋଟି ଟିକାକରଣ ପରେ ବି ଆରମ୍ଭ ହେବ ମେଗା ଟିକକରଣ ଅଭିଯାନ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ନଭେମ୍ବରରୁ ଆରମ୍ଭ ହେବ ହର୍ ଘର୍ ଦସ୍ତକ ନାଁରେ କ୍ୟାମ୍ପେନ । ଏକ ମାସ ଧରି ଚାଲିବ ଡୋର୍ ଟୁ ଡୋର କ୍ୟାମ୍ପେନ। ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ଟିକାକରଣ ଅଭିଯାନ ଚଳାଇବେ । ପ୍ରଥମ ଡୋଜ୍ ନେଇ ନଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚି ପ୍ରଥମ ଡୋଜ ଟିକା ଦିଆଯିବ । ଏହାସହ ଦ୍ୱିତୀୟ ଡୋଜ୍ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯିବ । ୫୦%ରୁ କମ୍ ଟିକାକରଣ ହୋଇଥିବା ୪୮ ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି । ସେଠାରେ ଟିକାକରଣ ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମନ୍ସୁଖ ମାଣ୍ଡଭିୟ । କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲଖୁଣ୍ଟ । ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇସାରିଛି । ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..