ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ସକାଳେ ଏକକାଳୀନ ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ଚାଲିଛି । ଏଥିରେ ଅଛି ପ୍ରସନ୍ନଙ୍କ ଘର, ହୋଟେଲ୍ ଓ କିଛି ବ୍ୟବସାୟିକ ଅନୁଷ୍ଠାନ । ଚଢ଼ାଉରେ ସାମିଲ ଅଛନ୍ତି ୨ଜଣ ଡିଏସପି, ୫ ଜଣ ଇନିସପେକ୍ଟର । ଭୁବନେଶ୍ୱର କଳ୍ପନା ଛକରେ ଥିବା ପ୍ରସନ୍ନଙ୍କ ସରକାରୀ କ୍ୱାର୍ଟର୍ସ, ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ସ୍ଥିତ ପୈତୃକ ଘର, ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ହୋଟେଲ୍ ଓ ଅନ୍ୟ ସ୍ଥାନରେ ରେଡ୍ ଚାଲିଛି । ପ୍ରସନ୍ନ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ଚଢ଼ାଉ ପରେ ସ୍ପଷ୍ଟ ହେବ । ମନିଷ ଅନୁରାଗ ହତ୍ୟା ମାମଲାରେ ସାମନାକୁ ଆସିଥିଲା ସାଉଥ୍ ସିଟି ହୋଟେଲ । ତଦନ୍ତ ବେଳେ ଜଣା ପଡ଼ିଥିଲା କୋଭିଡ୍ ନିୟମ ଉଲ୍ଲଂଘନ ଓ ବିନା ଲାଇସେନ୍ସରେ ବାର୍ ଚାଲିଥିଲା । ଏହାକୁ ସିଲ୍ କରିଥିଲା ପୋଲିସ । ପ୍ରସନ୍ନ ନିଜ ଭାଇ ନାଁରେ ସାଉଥ୍ ସିଟି ହୋଟେଲ୍ ଚଳାଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରସନ୍ନଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..